KNews Odisha https://knewsodisha.com/ Sabuthi Sabubele Hata Muthare Khabar Fri, 25 Sep 2026 04:09:42 +0000 en-US hourly 1 https://wordpress.org/?v=7.1.2 https://knewsodisha.com/wp-content/uploads/2018/05/favicon57x57.jpg KNews Odisha https://knewsodisha.com/ 32 32 Gold Silver Price: କମିଛି ସୁନା ଏବଂ ରୁପା ଦର, ଜାଣନ୍ତୁ ଆଜି କେତେ ଅଛି ଦାମ୍ https://knewsodisha.com/business-and-economy/gold-and-silver-prices-have-dropped-3-792009 https://knewsodisha.com/business-and-economy/gold-and-silver-prices-have-dropped-3-792009#respond Fri, 25 Sep 2026 04:09:42 +0000 https://knewsodisha.com/?p=792009 gold 2

ଭୁବନେଶ୍ୱର: ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୨,୬୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୯,୯୪୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ […]

The post Gold Silver Price: କମିଛି ସୁନା ଏବଂ ରୁପା ଦର, ଜାଣନ୍ତୁ ଆଜି କେତେ ଅଛି ଦାମ୍ appeared first on KNews Odisha.

]]>
gold 2

ଭୁବନେଶ୍ୱର: ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୨,୬୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୩୯,୯୪୦ ଟଙ୍କା ଛୁଇଁଛି ।

ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୨,୬୭୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧,୩୯,୯୪୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ ମୂଲ୍ୟ ୧,୫୨,୬୭୦ ଟଙ୍କା ଓ ୨୨ କ୍ୟାରଟେ ମୂଲ୍ୟ ୧,୩୯,୯୪୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ ୧,୫୨,୮୨୦ ଟଙ୍କା ଓ ୨୨ କ୍ୟାରଟେ ୧,୪୦,୦୯୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରଟେ ମୂଲ୍ୟ ୧,୫୨,୭୨୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧,୩୯,୯୯୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୫୨,୬୭୦ ଓ ୨୨ କ୍ୟାରେଟ ମୂଲ୍ୟ ଦର ୧,୩୯,୯୪୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୪୪,୯୦୦ ଟଙ୍କା ହୋଇଛି ।

Also Read: Gold Silver Price: ରୁପା ଦାମ୍ ସ୍ଥିର ଥିଲାବେଳେ ପୁଣି ବଢ଼ିଲା ସୁନା ଦର, ଜାଣନ୍ତୁ କେତେ ବଢ଼ିଲା

The post Gold Silver Price: କମିଛି ସୁନା ଏବଂ ରୁପା ଦର, ଜାଣନ୍ତୁ ଆଜି କେତେ ଅଛି ଦାମ୍ appeared first on KNews Odisha.

]]>
https://knewsodisha.com/business-and-economy/gold-and-silver-prices-have-dropped-3-792009/feed 0
Petrol Diesel Prices: ବଢ଼ିଛି ପେଟ୍ରୋଲ ଏବଂ ଡିଜେଲ ଦର, ଗାଡ଼ିରେ ତେଲ ପକାଇବା ପୂର୍ବରୁ ଜାଣନ୍ତୁ ଦାମ୍ https://knewsodisha.com/business-and-economy/petrol-and-diesel-prices-have-increased-17-792007 https://knewsodisha.com/business-and-economy/petrol-and-diesel-prices-have-increased-17-792007#respond Fri, 25 Sep 2026 04:02:05 +0000 https://knewsodisha.com/?p=792007 petrol

ଭୁବନେଶ୍ବର: ଆଜି ବି ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୧୧୦.୪୯ ଟଙ୍କା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୧୦୨.୧୫ ପଇସା ରହିଛି । ସେହିପରି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୨ ଟଙ୍କା ୧୨ ପଇସା ଓ ଡିଜେଲ ଦର ୯୫ ଟଙ୍କା ୨୦ ପଇସା ହୋଇଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୧ଟଙ୍କା ୨୧ ପଇସା ହୋଇଥିବା ବେଳେ ଡିଜେଲ […]

The post Petrol Diesel Prices: ବଢ଼ିଛି ପେଟ୍ରୋଲ ଏବଂ ଡିଜେଲ ଦର, ଗାଡ଼ିରେ ତେଲ ପକାଇବା ପୂର୍ବରୁ ଜାଣନ୍ତୁ ଦାମ୍ appeared first on KNews Odisha.

]]>
petrol

ଭୁବନେଶ୍ବର: ଆଜି ବି ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୧୧୦.୪୯ ଟଙ୍କା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୧୦୨.୧୫ ପଇସା ରହିଛି । ସେହିପରି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୨ ଟଙ୍କା ୧୨ ପଇସା ଓ ଡିଜେଲ ଦର ୯୫ ଟଙ୍କା ୨୦ ପଇସା ହୋଇଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୧ଟଙ୍କା ୨୧ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୭.୮୩ ଟଙ୍କା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୧୩. ୫୧ ଟଙ୍କା ଥିବାବେଳେ ଡିଜେଲ ଦର ୯୯ ଟଙ୍କା ୮୨ ପଇସା ରହିଛି ।

ଚେନ୍ନାଇରେ ପେଟ୍ରୋଲ ଦର ୧୦୭ ଟଙ୍କା ୭୬ ପଇସା ଥିବା ବେଳେ ଡିଜେଲ ଦାମ ୯୯ ଟଙ୍କା ୫୫ ପଇସା ରହିଛି । ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ । ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ ।

Also Read: Petrol Diesel Price: ଆଜି ବି ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ ନାହିଁ, ଜାଣନ୍ତୁ କେତେ ରହିଛି ଦାମ୍

The post Petrol Diesel Prices: ବଢ଼ିଛି ପେଟ୍ରୋଲ ଏବଂ ଡିଜେଲ ଦର, ଗାଡ଼ିରେ ତେଲ ପକାଇବା ପୂର୍ବରୁ ଜାଣନ୍ତୁ ଦାମ୍ appeared first on KNews Odisha.

]]>
https://knewsodisha.com/business-and-economy/petrol-and-diesel-prices-have-increased-17-792007/feed 0
Flood Threat: ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ, ବୈତରଣୀ-ସାଳନ୍ଦୀରେ ବଢ଼ୁଛି ଜଳସ୍ତର https://knewsodisha.com/state/rain-fury-baitarani-and-salandi-rivers-swell-normal-life-hit-792004 https://knewsodisha.com/state/rain-fury-baitarani-and-salandi-rivers-swell-normal-life-hit-792004#respond Fri, 25 Sep 2026 03:44:29 +0000 https://knewsodisha.com/?p=792004 Baitarani

ଆନନ୍ଦପୁର/ଭଦ୍ରକ: ଲଗାଣ ବର୍ଷା ରେ ଫୁଲୁଛି ବୈତରଣୀ । ସକାଳ ୭ ଟା ସୁଦ୍ଧା ଆନନ୍ଦପୁର ଠାରେ ସତର୍କ ସୂଚନା ପାର କରିଛି ବୈତରଣୀ ନଦୀ । ଆନନ୍ଦପୁର ଠାରେ ସତର୍କ ସୂଚନା ୩୭.୪୪୫ ମିଟର ଥିବା ବେଳେ ନଦୀ ୩୭.୪୭୦ ମିଟର ରେ ପ୍ରବାହିତ ହେଉଛି । ସାଳନ୍ଦୀ ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ରାଜଘାଟ ଠାରେ ବିପଦ ସଂକେତ ୧୬ ଫୁଟ ଥିଲା ବେଳେ ଏବେ ସେଠାରେ ୧୫.୪୦ ଉପରେ ଜଳ […]

The post Flood Threat: ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ, ବୈତରଣୀ-ସାଳନ୍ଦୀରେ ବଢ଼ୁଛି ଜଳସ୍ତର appeared first on KNews Odisha.

]]>
Baitarani

ଆନନ୍ଦପୁର/ଭଦ୍ରକ: ଲଗାଣ ବର୍ଷା ରେ ଫୁଲୁଛି ବୈତରଣୀ । ସକାଳ ୭ ଟା ସୁଦ୍ଧା ଆନନ୍ଦପୁର ଠାରେ ସତର୍କ ସୂଚନା ପାର କରିଛି ବୈତରଣୀ ନଦୀ । ଆନନ୍ଦପୁର ଠାରେ ସତର୍କ ସୂଚନା ୩୭.୪୪୫ ମିଟର ଥିବା ବେଳେ ନଦୀ ୩୭.୪୭୦ ମିଟର ରେ ପ୍ରବାହିତ ହେଉଛି । ସାଳନ୍ଦୀ ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ରାଜଘାଟ ଠାରେ ବିପଦ ସଂକେତ ୧୬ ଫୁଟ ଥିଲା ବେଳେ ଏବେ ସେଠାରେ ୧୫.୪୦ ଉପରେ ଜଳ ପ୍ରବାହିତ ହେଉଛି । ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଯାଜପୁର ଆଖୁଆପଦା ଠାରେ ବିପଦ ସଂକେତ ୧୮.୩୩ ଥିଲା ବେଳେ ଏବେ ସେଠାରେ ୧୮.୪୨ରେ ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ ଭୟଭୀତ ହୋଇ ରହିଛନ୍ତି ନଦୀ କୁଳିଆ ଲୋକେ । ବନ୍ୟା ଆସିବା ଫଳରେ ପୁଣି ଭାଙ୍ଗିଗଲା ମରାମତି ହୋଇଥିବା ନଦୀବନ୍ଧ ।

ପୂର୍ବବନ୍ୟାରେ ଯାଜପୁର ଦଶରଥପୁର ବ୍ଲକ ତରପଦା ପଂଚାୟତ ଡୋଭାବିଲ ପାଟଣାରେ ବୈତରଣୀର ଶାଖା କାଣୀ ନଦୀର ବନ୍ଧ ସୃଷ୍ଟି ହୋଇଥିବା ଘାଇ ମରାମତି କାର୍ଯ୍ୟ ସରିଯାଇଥିଲା । ପୁଣି ବନ୍ୟାଜଳ ବଢିବା ଫଳରେ ଆଜି ଭୋରୁ ଏହି ମରାମତି ହୋଇଥିବା ବନ୍ଧ ଉପରେ ବନ୍ୟାଜଳ ଚାଲି ଥିଲା । ବନ୍ୟା ଜଳର ସ୍ରୋତ ଅଧିକ ଥିବାରୁ ପରବର୍ତ୍ତୀ ସମୟରେ ଏହି ବନ୍ଧକୁ ପୁଣିଥରେ ଭାଙ୍ଗି ଦେଇଛି । ଫଳରେ ବନ୍ୟାପାଣି ସେହି ବାଟ ଦେଇ ଗାଁକୁ ପ୍ରବେଶ କରିଥିବା ବେଳେ ଦଶରଥପୁର ବ୍ଲକ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି ।

Also Read: Jalaka River: ପୁଣି ଡରାଇଲା ଜଳକା, ବିପଦ ସଙ୍କେତ ଉପରେ ନଦୀର ଜଳ

The post Flood Threat: ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ, ବୈତରଣୀ-ସାଳନ୍ଦୀରେ ବଢ଼ୁଛି ଜଳସ୍ତର appeared first on KNews Odisha.

]]>
https://knewsodisha.com/state/rain-fury-baitarani-and-salandi-rivers-swell-normal-life-hit-792004/feed 0
Jalaka River: ପୁଣି ଡରାଇଲା ଜଳକା, ବିପଦ ସଙ୍କେତ ଉପରେ ନଦୀର ଜଳ https://knewsodisha.com/state/fresh-flood-scare-in-balasore-as-jalaka-crosses-danger-mark-792001 https://knewsodisha.com/state/fresh-flood-scare-in-balasore-as-jalaka-crosses-danger-mark-792001#respond Fri, 25 Sep 2026 03:31:09 +0000 https://knewsodisha.com/?p=792001 jalaka

ଜଳେଶ୍ବର: ଲଗାଣ ବର୍ଷା ଯୋଗୁଁ ବିପଦ ସଙ୍କେତ ଅତିକ୍ରମ କରି ବଢୁଛି ଜଳକା ନଦୀର ଜଳସ୍ତର । ବସ୍ତା ବ୍ଲକ ମଥାନୀ ଠାରେ ସତର୍କ ସଙ୍କେତ ୬.୦୦ ମିଟର ରହିଥିବା ବେଳେ ବିପଦ ସଙ୍କେତ ରହିଛି ୬.୫୦ ମିଟର । ସକାଳ ୮ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୭୬ ମିଟରରେ ପ୍ରବାହିତ ହେଉଛି । ଚଳିତ ବର୍ଷ ଜଳକା ନଦୀରେ ବାରମ୍ବାର ବନ୍ଯା ଆସିବା ଫଳରେ ବସ୍ତା ବ୍ଲକର ହଜାର ହଜାର ହେକ୍ଟର ଜମିରେ ଚାଷ […]

The post Jalaka River: ପୁଣି ଡରାଇଲା ଜଳକା, ବିପଦ ସଙ୍କେତ ଉପରେ ନଦୀର ଜଳ appeared first on KNews Odisha.

]]>
jalaka

ଜଳେଶ୍ବର: ଲଗାଣ ବର୍ଷା ଯୋଗୁଁ ବିପଦ ସଙ୍କେତ ଅତିକ୍ରମ କରି ବଢୁଛି ଜଳକା ନଦୀର ଜଳସ୍ତର । ବସ୍ତା ବ୍ଲକ ମଥାନୀ ଠାରେ ସତର୍କ ସଙ୍କେତ ୬.୦୦ ମିଟର ରହିଥିବା ବେଳେ ବିପଦ ସଙ୍କେତ ରହିଛି ୬.୫୦ ମିଟର । ସକାଳ ୮ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୭୬ ମିଟରରେ ପ୍ରବାହିତ ହେଉଛି । ଚଳିତ ବର୍ଷ ଜଳକା ନଦୀରେ ବାରମ୍ବାର ବନ୍ଯା ଆସିବା ଫଳରେ ବସ୍ତା ବ୍ଲକର ହଜାର ହଜାର ହେକ୍ଟର ଜମିରେ ଚାଷ ସମ୍ପୂର୍ଣ୍ଣ ଉଜାଡି ଦେଇଥିବା ବେଳେ ଯଦି ପୁଣି ବନ୍ଯା ଆସେ ତାହାହେଲେ ବସ୍ତା ବ୍ଲକର ୧୦ରୁ ଅଧିକ ପଞ୍ଚାୟତ ଏବଂ ସଦର ବ୍ଲକ ର ୨ ଟି ପଞ୍ଚାୟତ ବନ୍ଯା ଦ୍ବାରା ପ୍ରଭାବିତ ହେବାର ଆଶଙ୍କା କରଯାଉଛି । ଜଳସ୍ତର ବୃଦ୍ଧି ପାଉଥିବାରୁ ନଦୀ କୂଳିଆ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ଯଦି ଜଳସ୍ତର ଆହୁରି ବଢ଼ି ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ, ତେବେ ବସ୍ତା ବ୍ଲକର ୧୦ରୁ ଅଧିକ ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା ରହିଛି । ସେହିପରି ବାଲେଶ୍ୱର ସଦର ବ୍ଲକର ଦୁଇଟି ପଞ୍ଚାୟତ ମଧ୍ୟ ବନ୍ୟା ପ୍ରଭାବିତ ହୋଇପାରେ । ନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ୁଥିବାରୁ ନଦୀକୂଳିଆ ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ବଢ଼ିଛି । ଲୋକେ ନଦୀର ଗତିବିଧି ଉପରେ ନଜର ରଖିଛନ୍ତି । ଅନ୍ୟପଟେ, ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ପ୍ରଶାସନ ମଧ୍ୟ ସଜାଗ ରହିବା ଆବଶ୍ୟକ ହୋଇପଡ଼ିଛି। ଲଗାଣ ବର୍ଷା ଜାରି ରହିଲେ ଜଳକାର ଜଳସ୍ତର ଆହୁରି ବଢ଼ିପାରେ ବୋଲି ଆଶଙ୍କା ରହିଛି ।

Also Read: Chatrapur Rain: ଲଗାଣ ବର୍ଷାରେ ଉପୁଡ଼ିଲା ବିରାଟ ଗଛ, ଅଳ୍ପକେ ବର୍ତ୍ତିଲେ ଲୋକ

The post Jalaka River: ପୁଣି ଡରାଇଲା ଜଳକା, ବିପଦ ସଙ୍କେତ ଉପରେ ନଦୀର ଜଳ appeared first on KNews Odisha.

]]>
https://knewsodisha.com/state/fresh-flood-scare-in-balasore-as-jalaka-crosses-danger-mark-792001/feed 0
Chatrapur Rain: ଲଗାଣ ବର୍ଷାରେ ଉପୁଡ଼ିଲା ବିରାଟ ଗଛ, ଅଳ୍ପକେ ବର୍ତ୍ତିଲେ ଲୋକ https://knewsodisha.com/state/heavy-rain-uproots-massive-tree-people-escape-unhurt-791998 https://knewsodisha.com/state/heavy-rain-uproots-massive-tree-people-escape-unhurt-791998#respond Fri, 25 Sep 2026 03:20:40 +0000 https://knewsodisha.com/?p=791998 chatrapur

ଛତ୍ରପୁର: ଲଗାଣ ବର୍ଷାରେ ଉପୁଡି ପଡ଼ିଲା ବିରାଟକାୟ ଗଛ । ଅଳ୍ପକେ ବର୍ତ୍ତିଲେ କିଛି ଲୋକ । ଛତ୍ରପୁର ଠାରୁ ଗୋପାଳପୁର କୁ ସଂଯୋଗ କରୁଥିବା NH 516 ରାସ୍ତା ଉପରେ ଏକ ଗଛ ପଡିଯିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଛତ୍ରପୁର ଠାରୁ ଆର୍ଯ୍ୟପଲ୍ଲୀ, ଗୋପାଳପୁର ସମେତ ବିଭିନ୍ନ ରାସ୍ତା ଦେଇ ଯାତାୟତ ବନ୍ଦ ରହିଛି । ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ସଫା କରୁଛନ୍ତି । ଘଟଣାର ଖବର […]

The post Chatrapur Rain: ଲଗାଣ ବର୍ଷାରେ ଉପୁଡ଼ିଲା ବିରାଟ ଗଛ, ଅଳ୍ପକେ ବର୍ତ୍ତିଲେ ଲୋକ appeared first on KNews Odisha.

]]>
chatrapur

ଛତ୍ରପୁର: ଲଗାଣ ବର୍ଷାରେ ଉପୁଡି ପଡ଼ିଲା ବିରାଟକାୟ ଗଛ । ଅଳ୍ପକେ ବର୍ତ୍ତିଲେ କିଛି ଲୋକ । ଛତ୍ରପୁର ଠାରୁ ଗୋପାଳପୁର କୁ ସଂଯୋଗ କରୁଥିବା NH 516 ରାସ୍ତା ଉପରେ ଏକ ଗଛ ପଡିଯିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଛତ୍ରପୁର ଠାରୁ ଆର୍ଯ୍ୟପଲ୍ଲୀ, ଗୋପାଳପୁର ସମେତ ବିଭିନ୍ନ ରାସ୍ତା ଦେଇ ଯାତାୟତ ବନ୍ଦ ରହିଛି । ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ସଫା କରୁଛନ୍ତି ।

ଘଟଣାର ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ରାସ୍ତା ଉପରେ ପଡ଼ିଥିବା ବିରାଟ ଗଛକୁ କାଟି ହଟାଇବା କାମ ଆରମ୍ଭ କରିଛନ୍ତି ଅଗ୍ନିଶମ କର୍ମଚାରୀ । ରାସ୍ତା ସଫା କରିବା ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି । ଅନ୍ୟପଟେ, ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ଗଛ ଉପୁଡ଼ିବା ଓ ରାସ୍ତା ଅବରୋଧ ଭଳି ସମସ୍ୟା ଦେଖାଦେଇପାରେ । ତେଣୁ ଯାତ୍ରୀମାନଙ୍କୁ ସତର୍କତାର ସହ ଯାତାୟାତ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Also Read: School Closed: ବର୍ଷା ପାଇଁ ବଡ଼ ନିଷ୍ପତ୍ତି, ୫ ଜିଲ୍ଲାରେ ସ୍କୁଲ-ଅଙ୍ଗନୱାଡି ବନ୍ଦ

The post Chatrapur Rain: ଲଗାଣ ବର୍ଷାରେ ଉପୁଡ଼ିଲା ବିରାଟ ଗଛ, ଅଳ୍ପକେ ବର୍ତ୍ତିଲେ ଲୋକ appeared first on KNews Odisha.

]]>
https://knewsodisha.com/state/heavy-rain-uproots-massive-tree-people-escape-unhurt-791998/feed 0
School Closed: ବର୍ଷା ପାଇଁ ବଡ଼ ନିଷ୍ପତ୍ତି, ୫ ଜିଲ୍ଲାରେ ସ୍କୁଲ-ଅଙ୍ଗନୱାଡି ବନ୍ଦ https://knewsodisha.com/state/heavy-rain-alert-schools-and-anganwadi-centres-closed-in-5-districts-791996 https://knewsodisha.com/state/heavy-rain-alert-schools-and-anganwadi-centres-closed-in-5-districts-791996#respond Fri, 25 Sep 2026 03:02:56 +0000 https://knewsodisha.com/?p=791996 school closed

ଭୁବନେଶ୍ବର: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୫ ଜିଲ୍ଲାରେ ସ୍କୁଲ ଛୁଟି । ରାୟଗଡ଼ା, କୋରାପୁଟ, ଗଜପତି ଜିଲ୍ଲାରେ ବନ୍ଦ ରହିବ ସବୁ ସ୍କୁଲ। ଗଞ୍ଜାମ ଓ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ସ୍କୁଲ ଓ ଅଙ୍ଗନୱାଡି ବନ୍ଦ ରହିବ । ଶିଶୁ ବାଟିକା ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟ ଗୁଡିକ ବନ୍ଦ ରହିବ । ସେହିଭଳି ଜିଲ୍ଲାର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟର […]

The post School Closed: ବର୍ଷା ପାଇଁ ବଡ଼ ନିଷ୍ପତ୍ତି, ୫ ଜିଲ୍ଲାରେ ସ୍କୁଲ-ଅଙ୍ଗନୱାଡି ବନ୍ଦ appeared first on KNews Odisha.

]]>
school closed

ଭୁବନେଶ୍ବର: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୫ ଜିଲ୍ଲାରେ ସ୍କୁଲ ଛୁଟି । ରାୟଗଡ଼ା, କୋରାପୁଟ, ଗଜପତି ଜିଲ୍ଲାରେ ବନ୍ଦ ରହିବ ସବୁ ସ୍କୁଲ। ଗଞ୍ଜାମ ଓ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ସ୍କୁଲ ଓ ଅଙ୍ଗନୱାଡି ବନ୍ଦ ରହିବ । ଶିଶୁ ବାଟିକା ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟ ଗୁଡିକ ବନ୍ଦ ରହିବ । ସେହିଭଳି ଜିଲ୍ଲାର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ବିଦ୍ୟାଳୟରେ ଉପସ୍ଥିତ ରହିବେ । ଏହି ସମୟରେ ବିଦ୍ୟାଳୟ କୋଠା ଓ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାସହ ବର୍ଷାଜନିତ ଯେକୌଣସି ଆପତ୍କାଳୀନ ପରିସ୍ଥିତିର ମୁକାବିଲା ପାଇଁ ସ୍କୁଲ କୋଠା ଓ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ରହିଛି । ଆବଶ୍ୟକ ପଡ଼ିଲେ ବିଦ୍ୟାଳୟ କୋଠାକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯାଇପାରେ । ଅନ୍ୟପଟେ, ଗଞ୍ଜାମ ଓ ନବରଙ୍ଗପୁରର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରହିବ । ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ ଓ ଯାତାୟାତ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ତେଣୁ ବର୍ଷା ସମୟରେ ଛାତ୍ରଛାତ୍ରୀ ଓ ଛୋଟ ପିଲାଙ୍କୁ ଘରୁ ବାହାରକୁ ନଆଣିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

Also Read: Heavy Rain: କଳିଙ୍ଗା ଘାଟିରେ ବର୍ଷାର ତାଣ୍ଡବ, ଭୁଶୁଡ଼ିଲା ନିର୍ମାଣାଧୀନ ଗାର୍ଡୱାଲ୍

The post School Closed: ବର୍ଷା ପାଇଁ ବଡ଼ ନିଷ୍ପତ୍ତି, ୫ ଜିଲ୍ଲାରେ ସ୍କୁଲ-ଅଙ୍ଗନୱାଡି ବନ୍ଦ appeared first on KNews Odisha.

]]>
https://knewsodisha.com/state/heavy-rain-alert-schools-and-anganwadi-centres-closed-in-5-districts-791996/feed 0
Heavy Rain: କଳିଙ୍ଗା ଘାଟିରେ ବର୍ଷାର ତାଣ୍ଡବ, ଭୁଶୁଡ଼ିଲା ନିର୍ମାଣାଧୀନ ଗାର୍ଡୱାଲ୍ https://knewsodisha.com/state/relentless-rain-causes-guard-wall-collapse-in-kalinga-ghat-791993 https://knewsodisha.com/state/relentless-rain-causes-guard-wall-collapse-in-kalinga-ghat-791993#respond Fri, 25 Sep 2026 02:51:40 +0000 https://knewsodisha.com/?p=791993 rain

ବ୍ରହ୍ମପୁର: ଗଭୀର ଅବପାତ ସ୍ଥଳ ଭାଗ ଛୁଇଁବା ପରେ ଵି ଗଂଜାମ ଜିଲ୍ଲାରେ ରହିଛି ପ୍ରଭାବ । ଗଭୀର ଅବପାତ ସ୍ଥଳ ଭାଗ ଅତିକ୍ରମ କରିବା ପରେ ଵି ସମ୍ଭାବ୍ୟ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଆଜି ସ୍କୁଲ କଲେଜ ବନ୍ଦ ରହିବ । ଦକ୍ଷିଣରେ ବର୍ଷା ବିତ୍ପାତ । କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ । ଭୁଶୁଡ଼ିଲା ନିର୍ମାଣଧୀନ ଗାର୍ଡୱାଲ୍ । ପ୍ରବଳ ବର୍ଷାରେ ଧୋଇ ହୋଇଯାଇଛି କଳିଙ୍ଗା ଘାଟିର ଅନ୍ଧାରକୋଟି ସମ୍ମୁଖ ଗାର୍ଡୱାଲ୍ […]

The post Heavy Rain: କଳିଙ୍ଗା ଘାଟିରେ ବର୍ଷାର ତାଣ୍ଡବ, ଭୁଶୁଡ଼ିଲା ନିର୍ମାଣାଧୀନ ଗାର୍ଡୱାଲ୍ appeared first on KNews Odisha.

]]>
rain

ବ୍ରହ୍ମପୁର: ଗଭୀର ଅବପାତ ସ୍ଥଳ ଭାଗ ଛୁଇଁବା ପରେ ଵି ଗଂଜାମ ଜିଲ୍ଲାରେ ରହିଛି ପ୍ରଭାବ । ଗଭୀର ଅବପାତ ସ୍ଥଳ ଭାଗ ଅତିକ୍ରମ କରିବା ପରେ ଵି ସମ୍ଭାବ୍ୟ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଆଜି ସ୍କୁଲ କଲେଜ ବନ୍ଦ ରହିବ । ଦକ୍ଷିଣରେ ବର୍ଷା ବିତ୍ପାତ । କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ । ଭୁଶୁଡ଼ିଲା ନିର୍ମାଣଧୀନ ଗାର୍ଡୱାଲ୍ । ପ୍ରବଳ ବର୍ଷାରେ ଧୋଇ ହୋଇଯାଇଛି କଳିଙ୍ଗା ଘାଟିର ଅନ୍ଧାରକୋଟି ସମ୍ମୁଖ ଗାର୍ଡୱାଲ୍ । ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀରେ ଗର୍ଜନ କରୁଛି ସମୁଦ୍ର। ଭୟଭୀତ ଅବସ୍ଥାରେ ମତ୍ସ୍ୟଜୀବୀ । ଜିଲ୍ଲାରେ ୩ଦିନ ହେଲା ବର୍ଷା ଲାଗି ରହିଛି ।

ବ୍ରହ୍ମପୁରର ମାର୍କଣ୍ଡେଶ୍ବର ବିହାରରେ ଫସି ଥିବା ଲୋକଙ୍କୁ ଉଦ୍ଧାର କଲା ଓଡ୍ରାଫ ଟିମ୍ । ବୋଟ୍ ମାଧ୍ୟମରେ ଉଦ୍ଧାର ପରେ ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି । କଳିଙ୍ଗା ଘାଟିରେ ବିକଳ୍ପ ରାସ୍ତା ଖୋଜୁଛି ପ୍ରଶାସନ । ତଳିଆ ଅଞ୍ଚଳର ୧୬୦୦ରୁ ଅଧିକ ଲୋକ ଏବେବି ବାତ୍ୟା ଆଶ୍ରୟ ସ୍ଥଳୀରେ ଅଛନ୍ତି । କେତେକ ସ୍ଥାନରେ ଏଵେ ଵି ଜଳବନ୍ଦୀ ସ୍ଥିତି ରହିଛି । କ୍ଷୟକ୍ଷତିର ଆକଳନ ପାଇଁ କୃଷି ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ଏଵେ ଵି ବର୍ଷା ଓ ପବନର ଝଟକା ଲାଗିରହିଛି ।

Also Read: Heavy Rain: ବର୍ଷା ବଢ଼ାଇଲା ଚିନ୍ତା, ବନ୍ୟା ଆଶଙ୍କା ମଧ୍ୟରେ ସଜାଗ ପ୍ରଶାସନ

The post Heavy Rain: କଳିଙ୍ଗା ଘାଟିରେ ବର୍ଷାର ତାଣ୍ଡବ, ଭୁଶୁଡ଼ିଲା ନିର୍ମାଣାଧୀନ ଗାର୍ଡୱାଲ୍ appeared first on KNews Odisha.

]]>
https://knewsodisha.com/state/relentless-rain-causes-guard-wall-collapse-in-kalinga-ghat-791993/feed 0
Heavy Rain: ବର୍ଷା ବଢ଼ାଇଲା ଚିନ୍ତା, ବନ୍ୟା ଆଶଙ୍କା ମଧ୍ୟରେ ସଜାଗ ପ୍ରଶାସନ https://knewsodisha.com/state/heavy-rain-sparks-flood-fears-administration-remains-vigilant-791990 https://knewsodisha.com/state/heavy-rain-sparks-flood-fears-administration-remains-vigilant-791990#respond Fri, 25 Sep 2026 02:37:57 +0000 https://knewsodisha.com/?p=791990 koraput

ଜୟପୁର: କୋରାପୁଟରେ ଗଭୀର ଅବପାତ ପରେ ବଢ଼ୁଛି ବର୍ଷା ବିତ୍ପାତ । ବର୍ଷା ଥମିବାର ନାଁ ଧରୁନଥିବା ବେଳେ କୋରାପୁଟ ଜିଲ୍ଲାରେ ସ୍ଥିତି ସଙ୍ଗୀନ ହେବାକୁ ବସିଛି । ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ସଂଧ୍ୟ।ରେ ଇଦ୍ରବତୀ ଡ୍ୟାମର ଆଉ ଗୋଟିଏ ଗେଟ ଖୋଲିଛି । କୋଟପାଡ଼ ଅଞ୍ଚଳରେ ବନ୍ୟା ଆଶଙ୍କା ଅଛି । ଲଗାଣ ବର୍ଷାରେ ବିଭିନ୍ନ ପୋଲ ଉପରେ ପାଣି ସୁଅ ବଢ଼ିଛି । ଜୟପୁର ଡ଼ୁବୁଲି ବ୍ରିଜ ଉପରେ ଦୁଇ ଫୁଟର […]

The post Heavy Rain: ବର୍ଷା ବଢ଼ାଇଲା ଚିନ୍ତା, ବନ୍ୟା ଆଶଙ୍କା ମଧ୍ୟରେ ସଜାଗ ପ୍ରଶାସନ appeared first on KNews Odisha.

]]>
koraput

ଜୟପୁର: କୋରାପୁଟରେ ଗଭୀର ଅବପାତ ପରେ ବଢ଼ୁଛି ବର୍ଷା ବିତ୍ପାତ । ବର୍ଷା ଥମିବାର ନାଁ ଧରୁନଥିବା ବେଳେ କୋରାପୁଟ ଜିଲ୍ଲାରେ ସ୍ଥିତି ସଙ୍ଗୀନ ହେବାକୁ ବସିଛି । ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ସଂଧ୍ୟ।ରେ ଇଦ୍ରବତୀ ଡ୍ୟାମର ଆଉ ଗୋଟିଏ ଗେଟ ଖୋଲିଛି । କୋଟପାଡ଼ ଅଞ୍ଚଳରେ ବନ୍ୟା ଆଶଙ୍କା ଅଛି । ଲଗାଣ ବର୍ଷାରେ ବିଭିନ୍ନ ପୋଲ ଉପରେ ପାଣି ସୁଅ ବଢ଼ିଛି । ଜୟପୁର ଡ଼ୁବୁଲି ବ୍ରିଜ ଉପରେ ଦୁଇ ଫୁଟର ପାଣି ପ୍ରବାହିତ ହେଉଛି । ଅଘଟଣ ଆଶଙ୍କାରେ ଉଭୟ ପାର୍ଶ୍ଵରେ ପୋବ୍ୟରିକେଡ୍ କରାଯାଇଛି । ଘଟଣା ସ୍ଥଳରେ ପ୍ରଶାସନ ନଜର ରଖିଛି ।

ଅବିରତ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ନଦୀ ଓ ନାଳରେ ଜଳସ୍ତର ବୃଦ୍ଧି ପାଇଛି । ବିଭିନ୍ନ ପୋଲ ଉପରେ ମଧ୍ୟ ବର୍ଷା ପାଣିର ସୁଅ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଇନ୍ଦ୍ରାବତୀ ଡ୍ୟାମ୍‌ର ଆଉ ଗୋଟିଏ ଗେଟ୍‌ ଖୋଲାଯାଇଛି । ଡ୍ୟାମ୍‌ରୁ ଜଳ ନିଷ୍କାସନ ହେଉଥିବାରୁ ତଳିଆ ଅଞ୍ଚଳରେ ଜଳସ୍ତର ଆହୁରି ବଢ଼ିବା ନେଇ ଆଶଙ୍କା ରହିଛି । ବିଶେଷକରି କୋଟପାଡ଼ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ବଢ଼ିଛି । ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀମାନେ ନଜର ରଖିଥିବା ବେଳେ ସ୍ଥିତିର ନିରନ୍ତର ସମୀକ୍ଷା କରାଯାଉଛି ।  ଅତ୍ୟଧିକ ବର୍ଷା ଯୋଗୁଁ ଯେପରି କୌଣସି ଅଘଟଣ ନଘଟେ, ସେଥିପାଇଁ ସତର୍କ ରହିଛି ପ୍ରଶାସନ ।  ଆଗକୁ ବର୍ଷାର ପରିମାଣ ଓ ନଦୀ ଜଳସ୍ତର ଉପରେ ନଜର ରଖାଯାଇଛି ।

Also Read: Deep Depression Effect: ଡିପ୍ ଡିପ୍ରେସନର ପ୍ରଭାବ, ରାୟଗଡ଼ାରେ ରେଳ ଟ୍ରାକ୍‌ ଉପରେ ଖସିଲା ମାଟି

 

The post Heavy Rain: ବର୍ଷା ବଢ଼ାଇଲା ଚିନ୍ତା, ବନ୍ୟା ଆଶଙ୍କା ମଧ୍ୟରେ ସଜାଗ ପ୍ରଶାସନ appeared first on KNews Odisha.

]]>
https://knewsodisha.com/state/heavy-rain-sparks-flood-fears-administration-remains-vigilant-791990/feed 0
Deep Depression Effect: ଡିପ୍ ଡିପ୍ରେସନର ପ୍ରଭାବ, ରାୟଗଡ଼ାରେ ରେଳ ଟ୍ରାକ୍‌ ଉପରେ ଖସିଲା ମାଟି https://knewsodisha.com/state/rayagada-hit-by-deep-depression-mudslides-disrupt-rail-traffic-791987 https://knewsodisha.com/state/rayagada-hit-by-deep-depression-mudslides-disrupt-rail-traffic-791987#respond Fri, 25 Sep 2026 02:25:12 +0000 https://knewsodisha.com/?p=791987 Landslide

ରାୟଗଡା: ଡିପ୍ ଡିପ୍ରେସନ୍ ର ପ୍ରଭାବ ରାୟଗଡା ଜିଲ୍ଲାରେ ଦେଖିବାକୁ ମିଳିଛି । ରେଳ ଟ୍ରାକ ଉପରେ ଖସିଲା ପଥର । ସମସ୍ତ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । କିନ୍ତୁ ବିପଦ ସଙ୍କେତ ତଳେ ବଂଶଧାରା ଓ ନାଗାବଳୀ ପ୍ରବାହିତ ହେଉଛି । ଗତ ୪ ଦିନ ଧରି ଲଗାଣ ବର୍ଷା ଯୋଗୁ ଆଜି ରେଳ ଚଳାଚଳ ମଧ୍ଯ କିଛିକାଂଶରେ ବାଧାପ୍ରାପ୍ତ ହୋଇଛି । ଗୁଡାରୀ ବ୍ଲକ୍ ଅନ୍ତର୍ଗତ ମଧୁବନ ପଂଚାୟତ ର ସୁକୁଡ଼ୁବାଜୁ ଗାଁ […]

The post Deep Depression Effect: ଡିପ୍ ଡିପ୍ରେସନର ପ୍ରଭାବ, ରାୟଗଡ଼ାରେ ରେଳ ଟ୍ରାକ୍‌ ଉପରେ ଖସିଲା ମାଟି appeared first on KNews Odisha.

]]>
Landslide

ରାୟଗଡା: ଡିପ୍ ଡିପ୍ରେସନ୍ ର ପ୍ରଭାବ ରାୟଗଡା ଜିଲ୍ଲାରେ ଦେଖିବାକୁ ମିଳିଛି । ରେଳ ଟ୍ରାକ ଉପରେ ଖସିଲା ପଥର । ସମସ୍ତ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । କିନ୍ତୁ ବିପଦ ସଙ୍କେତ ତଳେ ବଂଶଧାରା ଓ ନାଗାବଳୀ ପ୍ରବାହିତ ହେଉଛି । ଗତ ୪ ଦିନ ଧରି ଲଗାଣ ବର୍ଷା ଯୋଗୁ ଆଜି ରେଳ ଚଳାଚଳ ମଧ୍ଯ କିଛିକାଂଶରେ ବାଧାପ୍ରାପ୍ତ ହୋଇଛି । ଗୁଡାରୀ ବ୍ଲକ୍ ଅନ୍ତର୍ଗତ ମଧୁବନ ପଂଚାୟତ ର ସୁକୁଡ଼ୁବାଜୁ ଗାଁ ରେ ଭୂଷ୍କଳନ ଯୋଗୁ ରାସ୍ତା ଅବରୋଧ ହୋଇଛି । ଲେଲ୍ଲିଗୁମା ଓ ରାଉଳି ଷ୍ଟେସନ୍ ମଧ୍ଯରେ ରେଳ ଉପରେ ମାଟି ଖସିଛି । ଫଳରେ ରେଳ ଚଳାଚଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା । ପରେ ରାୟଗଡାରୁ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ରେଳ ଧାରଣାରୁ ମାଟି ହଟାଇଥିଲେ ।

କିଛି ସ୍ଥାନରେ ମଧ୍ୟ ଟ୍ରକ୍ ଉପରେ ବର୍ଷା ପାଣି ପ୍ରବାହିତ ହେଉଥିବାର ଦେଖିବାକୁ ମିଳିଛି । ତେବେ ଦୀର୍ଘ ୩ଘଣ୍ଟା ପରେ ରେଳ ଟ୍ରାକ୍ ଉପରୁ ସମସ୍ତ ମାଟିକୁ ହଟାଇବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଛି । ସେହିଭଳି ରାୟଗଡ଼ା ଜିଲ୍ଲାର ଫୁଲକୋଣା ଛକ ,ଶେଷଖଳ ଓ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ବଡ ବଡ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା । ଅଗ୍ନିଶମ ବିଭାଗ ଯାଏ ରାସ୍ତା ସଫା କରି ଗମନାଗମନ ସ୍ୱାଭାବିକ କରିଛନ୍ତି । ସେହିଭଳି ବିଷମକଟକ ବ୍ଲକ୍ ଅନ୍ତର୍ଗତ ଥୁଆପାଡ଼ି ଓ ନୂଆଗାଁରେ କାନ୍ଥ ଭୁଶୁଡ଼ି ପଡ଼ିଛି । ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି ।

Also Read: Malkangiri Flood: ବନ୍ୟା ବିପନ୍ନଙ୍କ ପାଇଁ ଦେବଦୂତ ସାଜିଲେ ଯବାନ, କାନ୍ଧରେ ବୋହିଲେ ଜିନିଷପତ୍ର

The post Deep Depression Effect: ଡିପ୍ ଡିପ୍ରେସନର ପ୍ରଭାବ, ରାୟଗଡ଼ାରେ ରେଳ ଟ୍ରାକ୍‌ ଉପରେ ଖସିଲା ମାଟି appeared first on KNews Odisha.

]]>
https://knewsodisha.com/state/rayagada-hit-by-deep-depression-mudslides-disrupt-rail-traffic-791987/feed 0
Malkangiri Flood: ବନ୍ୟା ବିପନ୍ନଙ୍କ ପାଇଁ ଦେବଦୂତ ସାଜିଲେ ଯବାନ, କାନ୍ଧରେ ବୋହିଲେ ଜିନିଷପତ୍ର https://knewsodisha.com/state/flood-fury-in-malkangiri-soldiers-rescue-stranded-victims-791984 https://knewsodisha.com/state/flood-fury-in-malkangiri-soldiers-rescue-stranded-victims-791984#respond Fri, 25 Sep 2026 02:14:40 +0000 https://knewsodisha.com/?p=791984 flood

ମାଲକାନଗିରି: ବନ୍ୟା ଵିପନ୍ନଙ୍କ ଜୀବନ ବଞ୍ଚାଉଛନ୍ତି ଯବାନ । ଗଭୀର ଅବପାତର ପ୍ରଭାବ ଅଧିକ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି । ବନ୍ୟା ଜଳରେ ଉବୁଟୁବୁ ମାଲକାନଗିରି ଜିଲ୍ଲା । କୁଳ ଲଙ୍ଘିଛି ପୋଟେରୁ ନଦୀ । ପୋଟେରୁ ଗାଁ ଭିତରେ ପଶିଛି ଜଳ । ଅଧା ଘର ବୁଡିଗଲାଣି ବନ୍ୟାଜଳରେ । ହେଲେ ଜିନିଷ ପତ୍ର ନଛାଡିପାରି ନିଜ ଜୀବନ କୁ ବାଜି ଲଗାଇ ଘର ଛାଡୁନାହାନ୍ତି ପରିବାର ଲୋକେ । ସୁରକ୍ଷାକର୍ମୀ ପହଞ୍ଚି ଲୋକଙ୍କୁ […]

The post Malkangiri Flood: ବନ୍ୟା ବିପନ୍ନଙ୍କ ପାଇଁ ଦେବଦୂତ ସାଜିଲେ ଯବାନ, କାନ୍ଧରେ ବୋହିଲେ ଜିନିଷପତ୍ର appeared first on KNews Odisha.

]]>
flood

ମାଲକାନଗିରି: ବନ୍ୟା ଵିପନ୍ନଙ୍କ ଜୀବନ ବଞ୍ଚାଉଛନ୍ତି ଯବାନ । ଗଭୀର ଅବପାତର ପ୍ରଭାବ ଅଧିକ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି । ବନ୍ୟା ଜଳରେ ଉବୁଟୁବୁ ମାଲକାନଗିରି ଜିଲ୍ଲା । କୁଳ ଲଙ୍ଘିଛି ପୋଟେରୁ ନଦୀ । ପୋଟେରୁ ଗାଁ ଭିତରେ ପଶିଛି ଜଳ । ଅଧା ଘର ବୁଡିଗଲାଣି ବନ୍ୟାଜଳରେ । ହେଲେ ଜିନିଷ ପତ୍ର ନଛାଡିପାରି ନିଜ ଜୀବନ କୁ ବାଜି ଲଗାଇ ଘର ଛାଡୁନାହାନ୍ତି ପରିବାର ଲୋକେ । ସୁରକ୍ଷାକର୍ମୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି । ଯବାନ ମାନେ ବିପନ୍ନଙ୍କ ଜିନିଷପତ୍ର କାନ୍ଧରେ ଧରି ସୁରକ୍ଷିତ ସ୍ଥାନକୁ ନେଇଯାଉଛନ୍ତି । ବନ୍ୟାଜଳ ଘର ଭିତରେ ପଶିବା ପରେ ମଧ୍ୟ ଅନେକ ପରିବାର ନିଜ ଘର ଛାଡ଼ିବାକୁ ରାଜି ହେଉନାହାନ୍ତି । ଘରେ ଥିବା ଜିନିଷପତ୍ର ଛାଡ଼ି ଯିବାକୁ ଲୋକେ ଅମଙ୍ଗ ହେଉଥିବାରୁ ବିପଦ ଆହୁରି ବଢ଼ିଛି । ତେବେ ଏଭଳି ସମୟରେ ବିପନ୍ନଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି ସୁରକ୍ଷାକର୍ମୀ ।

ବନ୍ୟା ପରିସ୍ଥିତିର ଗମ୍ଭୀରତାକୁ ଦେଖି ଯବାନମାନେ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ଘରେ ରହିବା ଅପେକ୍ଷା ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ବିପନ୍ନ ପରିବାରଙ୍କୁ ପରାମର୍ଶ ଦେଉଛନ୍ତି । ଏଥିସହ ବିପନ୍ନଙ୍କ ଆବଶ୍ୟକୀୟ ଜିନିଷପତ୍ର ମଧ୍ୟ ଯବାନମାନେ ନିଜ କାନ୍ଧରେ ବୋହି ସୁରକ୍ଷିତ ସ୍ଥାନକୁ ନେଇଯାଉଛନ୍ତି । ବନ୍ୟାଜଳ ମଧ୍ୟରେ ନିଜ ଜୀବନକୁ ବିପଦରେ ପକାଇ ବିପନ୍ନଙ୍କୁ ଉଦ୍ଧାର କରୁଥିବା ଯବାନଙ୍କ ଏହି ମାନବିକତା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ମାଲକାନଗିରିରେ ବନ୍ୟା ପରିସ୍ଥିତି ଗମ୍ଭୀର ଥିବା ବେଳେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି ।

Also Read: Heavy Rainfall: ଓଡ଼ିଶା ଉପରେ ଅବପାତର ପ୍ରଭାବ, ଆଜି ବି ଅନେକ ଜିଲ୍ଲାରେ ପ୍ରବଳ ବର୍ଷା

 

The post Malkangiri Flood: ବନ୍ୟା ବିପନ୍ନଙ୍କ ପାଇଁ ଦେବଦୂତ ସାଜିଲେ ଯବାନ, କାନ୍ଧରେ ବୋହିଲେ ଜିନିଷପତ୍ର appeared first on KNews Odisha.

]]>
https://knewsodisha.com/state/flood-fury-in-malkangiri-soldiers-rescue-stranded-victims-791984/feed 0